Take a fresh look at your lifestyle.

ରିଜିଓନାଲ୍ ୟୁଥ୍ ଅର୍ଗାନାଇଜେସନ୍ ତରଫରୁ ଶ୍ରୀରାମଲୀଳା ମହୋତ୍ସବ

ରାମଲିଳା ନାଟ୍ୟସଂଘ, ରତ୍ନପୁର କଳାକାରଙ୍କ ଶ୍ରୀରାମଲିଳା ପରିବେଷଣ

0 30

ଢେଙ୍କାନାଳ : ଢେଙ୍କାନାଳ ଜିଲା ଲେଖକ ସଂସଦ ଠାରେ ରିଜିଓନାଲ୍ ୟୁଥ୍ ଅର୍ଗାନାଇଜେସନ୍,  ତରଫରୁ ଦ୍ୱିତୀୟ ଶ୍ରୀରାମଲୀଳା ମହୋତ୍ସବ ପାଳିତ ହୋଇଯାଇଅଛି । ଏହାର ନିଦେ୍ର୍ଦଶିକା ଆଡଭୋକେଟ୍ ନିରୁପମା ପରିଡାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଶ୍ରୀଶ୍ରୀ ରଘୁନାଥଜୀଉ ରାମଲିଳା ନାଟ୍ୟସଂଘ, ରତ୍ନପୁର, ଢେଙ୍କାନାଳର କଳାକାରମାନେ ଶ୍ରୀରାମଲିଳା ପରିବେଷଣ କରିଥିଲେ ।

ଉକ୍ତ ଉତ୍ସବରେ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି, ପରେଶ ଚନ୍ଦ୍ର ପଟ୍ଟନାୟକ ମୁଖ୍ୟବକ୍ତା, ବ୍ରଜବନ୍ଧୁ ରଣସିଂହ ଓ ଦେବାଶିଷ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିବା ସହିତ ଶ୍ରୀରାମଲିଳା ପରି ଏକ ପାରମ୍ପରିକ ଲୋକକଳାକୁ ଆଜି ପର୍ଯ୍ୟନ୍ତ ବଜାୟ ରଖିଥିବାରୁ ଶ୍ରୀଶ୍ରୀ ରଘୁନାଥଜୀଉ ନାଟ୍ୟ ସଂସ୍ଥାର ସଭାପତି ଦେବରାଜ ସାହୁ, ସଂପାଦକ ମହେଶ୍ୱର ନାୟକଙ୍କୁ ମୁଖ୍ୟ ଅତିଥି ଉଚ୍ଚ ପ୍ରଶଂସା କରିଥିଲେ ।

ଏହି ଉତ୍ସବ ଅବସରରେ ଢେଙ୍କାନାଳ ଜିଲ୍ଲାର ପ୍ରଖ୍ୟାତ ଓଡିଶୀ ନୃତ୍ୟଗୁରୁ ରାହାସ ବିହାରୀ ଦେହୁରୀଙ୍କୁ ରିଜିଓନାଲ୍ ୟୁଥ୍ ଅର୍ଗାନାଇଜସନ୍ “”ଚିର ସବୁଜ ନୃତ୍ୟଗୁରୁ ସମ୍ମାନ-୨୦୨୧”ରେ ମୁଖ୍ୟ ଅତିଥି ସମ୍ମାନିତ କରିଥିଲେ । ତତ୍ସହିତ କଣ୍ଠ ସଙ୍ଗୀତ ଜଗତରେ ସୁନାମ ଅର୍ଜନ କରିଥିବା କଣ୍ଠଶିଳ୍ପୀ କୁମାରୀ ଲକ୍ଷ୍ମୀପ୍ରିୟା ମହାରଣା ଐଶ୍ୱର୍ଯ୍ୟା ସାହୁଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଅନୁଷ୍ଠାନର ନିଦେ୍ର୍ଦଶିକା ଆଡଭୋକେଟ୍ ନିରୁପମା ପରିଡା ଅତିଥିମାନଙ୍କୁ ଉତରୀୟ ଓ ପୁଷ୍ପମାଲ୍ୟ ଦେଇ ସମ୍ମାନିତ କରିଥିଲେ । ଏହି ଉତ୍ସବ ତଥା ମଂଚ ପରିଚାଳନା କରିଥିଲେ ଉଦୀୟମାନ କଳାକର ଓ କଣ୍ଠଶିଳ୍ପୀ ଜିତେନ୍ କୁମାର ନାୟକ (ଜିତ୍) ରାମଲିଳାର ସମସ୍ତ କଳାକାରମାନଙ୍କୁ ମୁଖ୍ୟ ଅତିଥି ଓ ମୁଖ୍ୟବକ୍ତା ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ମାନିତ କରିଥିଲେ ।

ଝରଣା ସାହୁ, ସାଗରିକା ସାହୁ ଓ ମୁକୁନ୍ଦ ସାହୁ ମଂଚ ପରିଚାଳନାରେ ସହଯୋଗ କରିଥିଲେ । ପରିଶେଷରେ ନିରୁପମା ପରିଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -

Leave A Reply

Your email address will not be published.