Take a fresh look at your lifestyle.

ସାମ୍ବାଦିକ କରୋନା  ଯୋଦ୍ଧା ସମ୍ମାନରେ ସମ୍ମାନିତ

ମହିଳା ପ୍ରତି ହିଂସା ବନ୍ଦ ଉଦେଶ୍ୟ ରେ ଏକ 16 ଦିନିଆ କାର୍ଯ୍ୟକ୍ରମ

0 114

ଢେଙ୍କାନାଳ :ଗଁନ୍ଦିଆ ଡିଜିଟାଲ ମିଡ଼ିଆ ଆସୋସିଏସନ ଓ ମହିଳା ଓ ବାଳିକା ଗ୍ରାମପଞ୍ଚାୟତ ପ୍ରକଳ୍ପ  (ଶୋଭା, UNFPA, ପ୍ରେମ) ର ମିଳିତ ଆନୁକୂଲ୍ୟରେ ଗଁଦିଆ ବ୍ଲକ କରମୂଳ  ସ୍ଥିତ ଗଣେଶ ଖୋଲା  ଠାରେ ମହିଳା ପ୍ରତି ହିଂସା ବନ୍ଦ ଉଦେଶ୍ୟ ରେ ଏକ 16 ଦିନିଆ କାର୍ଯ୍ୟକ୍ରମର ସପ୍ତମ ଦିନ ରେ  ଗଁନ୍ଦିଆ ଡିଜିଟାଲ ମିଡ଼ିଆ ଆସୋସିଏସନ ର ସଭାପତି ପ୍ରଦୀପ କୁମାର ଦାସ ଙ୍କସଭାପତିତ୍ୱ ରେ ସଚେତନତା ଶିବିର  ଆୟୋଜନ  ହୋଇଥିଲା ।

ଏହି କାର୍ଯ୍ୟକ୍ରମ ରେ ଗଁନ୍ଦିଆ ଥାନାର ଥାନା ଅଧିକାରୀ  ବିଷ୍ନୁଚରଣ ବାରିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ଢେଙ୍କାନାଳ ର ଅଗ୍ରଣୀ ସ୍ଵଚ୍ଛାସେବୀ ଅନୁଷ୍ଠାନ ଶୋଭାର ନିର୍ଦେଶକ  ଉଦୟେନ୍ଦୁ ମିଶ୍ର ମୁଖ୍ୟ ବକ୍ତା ଏବଂ ସମ୍ମାନିତ ଅତିଥି ଭାବରେ  ପରୁହଖୋଜ ସରପଞ୍ଚ ଶୁଭଦର୍ଶିନି  ପରିଡା   ଯୋଗ ଦେଇଥିଲେ| ଆସୋସିଏସନ ର ସାଧାରଣ ସମ୍ପାଦକ ବାଦଲ ମହାନ୍ତି ସମ୍ପାଦକୀୟ ବିବରଣୀ ପାଠ କରିଥିଲେ | ସମସ୍ତେ କିପରି ସଚେତନ ହେଲେ ମହିଳା ଓ ଝିଅ ମାନଙ୍କ  ପ୍ରତି ହିଂସା ବନ୍ଦ ହୋଇପାରିବ ଓ ସେମାନଙ୍କ ପାଇଁ ଏକ ସହାୟକ ପରିବେଶ  ସୃଷ୍ଟି କରା ଯାଇପାରିବ ସେ ବିଷୟରେ ଆଲୋଚନା କରା ଯାଇଥିଲା ଓ ଏଥି ନିମନ୍ତେ ଶପଥ  ପାଠ  କରାଯାଇଥିଲା।

ସାମାଜିକ ସେବା କ୍ଷେତ୍ରରେ ସଫଳ ବ୍ୟକ୍ତିତ୍ୱ  ମାନଙ୍କୁ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଥିଲା। ସେହିପରି କରୋନା ମହାମାରୀ ନିଜ ଜୀବନକୁ ବାଜି ଲଗାଇ  ଖବର ସଗ୍ରହ କରିବା ପାଇଁ  ,ସାମ୍ବାଦିକ ଆଶିଷ ରଞ୍ଜନ ଶତପଥୀ ,ଅଥୟ ସାହୁ ,ପୂର୍ଣ୍ଣ ଚନ୍ଦ୍ର ସାହୁ  ,  ହେଡଲାଇନ୍ସି ଓଡିଶାର ବ୍ୟୁରୋ ଚିଫ୍ ଦୀପକ ରଞ୍ଜନ ମିଶ୍ର ପ୍ରମୁଖଙ୍କୁ କରୋନା   କୋରାନ ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଥିଲା |
ଢେଙ୍କାନାଳରୁ ଦୀପକ ରଞ୍ଜନ ମିଶ୍ର, ରୁପରେଖ ନିୟୁଜ

- Advertisement -

Leave A Reply

Your email address will not be published.