Take a fresh look at your lifestyle.

କୋଭିଡ୍ ପାଇଁ ଛାତ୍ରଛାତ୍ରୀ ଆତଙ୍କିତ

ସରାଙ୍ଗ ଇଞ୍ଜିନିୟରିଂ କଲେଜ୍ କର୍ତ୍ତୃପକ୍ଷ ଙ୍କ ବେଖାତିରି ମନୋଭାବ

0 13

ଢେଙ୍କାନାଳ: ଢେଙ୍କାନାଳ ଜିଲାରେ ଆବାସିକ କଲେଜ୍ମାନଙ୍କରେ ଏବେ କୋଭିଡ୍ ଆତଙ୍କ ଦେଖାଦେଇଥିବାରୁ ଛାତ୍ରଛାତ୍ରୀମାନେ ଆତଙ୍କିତ ହୋଇ କଲେଜ୍ ଛାଡୁଥିବାବେଳେ, ସରାଙ୍ଗ ଇଂଜିନିୟରିଂ କଲେଜ୍ ନିଦେ୍ର୍ଦଶକଙ୍କର ଏଥିପାଇଁ ବେଖାତିରି ମନୋଭାବ ପ୍ରଦର୍ଶନ ଛାତ୍ରଛାତ୍ରୀଙ୍କ ମହଲରେ ଅସନ୍ତୋଷର ସୃଷ୍ଟି କରିଛି ବୋଲି ଯୁବ କଂଗ୍ରେସ୍ ସଭାପତି ଶ୍ରୀ ପାଲ୍ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏ ସଂକ୍ରାନ୍ତରେ ଆଜି ସରାଙ୍ଗ ଇଂଜିନିୟରିଂ କଲେଜ୍ର ଛାତ୍ରାଛାତ୍ରୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଗତ ୩୦ ତାରିଖ ଦିନ କଲେଜ୍ର ଛାତ୍ରୀ ହଷ୍ଟେଲ୍ରେ ଦୁଇଜଣ ଛାତ୍ରୀଙ୍କର କୋଭିଡ୍ ପଜିଟିଭି ହୋଇଛି, ତେଣୁ ଛୁଟି ଘୋଷଣା କରି ଆସନ୍ତା ୬ ତାରିଖ ଦିନ ହେବାକୁ ଥିବା ପରୀକ୍ଷାକୁ ବାତିଲ୍ କରି ଅନ୍-ଲାଇନ୍ ମାଧ୍ୟମରେ ପରୀକ୍ଷା କରାଗଲେ କୋଭିଡ୍ ସଂକ୍ରମଣକୁ ରୋକାଯାଇପାରିବ । ନଚେତ୍ ଅଯଥାରେ ସଂକ୍ରମଣ ବ୍ୟାପୀବାର ସମ୍ଭାବନା ଦେଖାଦେଇଛି । ଯୁବ କଂଗ୍ରେସ୍ ପକ୍ଷରୁ ସଭାପତି ଜ୍ୟୋତିର୍ମୟ ପାଲ୍ ଏ ଘଟଣାକୁ ନେଇ ଉଦ୍ବେଗ ପ୍ରକାଶ କରିବା ସହିତ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ବିହୀତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ଯୁବ କଂଗ୍ରେସ୍ ସଭାପତି ଶ୍ରୀ ପାଲ୍ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

- Advertisement -

Leave A Reply

Your email address will not be published.